Toptube Video Search Engine



Title:SRI HANUMAN AMRUTAVANI | ଶ୍ରୀ ହନୁମାନ୍ ଅମୃତବାଣୀ | Namita Agrawal | Sidharth Music
Duration:44:23
Viewed:5,279,287
Published:13-04-2017
Source:Youtube

ହନୁମାନ ବାନର କୁଳରେ ଜନ୍ମଗ୍ରହଣ କରିଥିଲେ । ମାତା ଅଞ୍ଜନା ଏକ ଅପ୍‌ସରୀ, ଅଭିଶାପ ପାଇ ପୃଥିବୀପୃଷ୍ଠରେ ଜନ୍ମ ଗ୍ରହଣ କରିଥିଲେ । ସେ ହନୁମାନଙ୍କୁ ଜନ୍ମଦେବା ପରେ ଦେହତ୍ୟାଗ କରି ଅଭିଶାପରୁ ମୁକ୍ତ ହୋଇଥିଲେ । ବାଲ୍ମୀକି ରାମାୟଣ ମତେ କେଶରୀ ହେଉଛନ୍ତି ଦେବଗୁରୁ ବୃହଷ୍ପତିଙ୍କ ପୁତ୍ର ଆଉ ଶ୍ରୀରାମ ଓ ରାବଣଙ୍କ ଯୁଦ୍ଧରେ ଶ୍ରୀରାମ ପକ୍ଷରେ ଯୁଦ୍ଧ କରିଥିଲେ । ଅଞ୍ଜନା ଓ କେଶରୀଙ୍କର ବହୁଦିନ ପର୍ଯ୍ୟନ୍ତ ସନ୍ତାନସନ୍ତତି ନହେବାରୁ ଦୁହେଁ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଭଗବାନ୍‌ ଶିବଙ୍କୁ କଠୋର ତପସ୍ୟା କଲେ । ସେମାନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ମହାଦେବ ବର ପ୍ରଦାନ କଲେ ଯେ, ତୁମ ପୁତ୍ର ମୋ ଅଂଶରେ ଜନ୍ମ ଗ୍ରହଣ କରିବ । ତେଣୁ ହନୁମାନଙ୍କୁ ଶିବଙ୍କର ଅନ୍ୟ ଏକ ଅବତାର ରୂପେ ଗ୍ରହଣ କରାଯାଏ।ହନୁମାନଙ୍କର ଜନ୍ମରେ ପବନଦେବଙ୍କ ଅନେକ ଭୂମିକା ଥିବାରୁ ହନୁମାନଙ୍କୁ ଅନେକ ସମୟରେ ବାୟୁଦେବତାଙ୍କ ପୁତ୍ର ବୋଲି କହାଯାଏ । ଏକନାଥଙ୍କ ଭାବାର୍ଥ ରାମାୟଣର ଏକ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ, ଯେତେ ବେଳେ ଅଞ୍ଜନା ଭଗବାନ ଶିବଙ୍କୁ ପୂଜା କରୁଥିଲେ, ଅଯୋଧ୍ୟାର ସେତେବେଳେ ରାଜା ଦଶରଥ ମଧ୍ୟ ସନ୍ତାନ ପ୍ରାପ୍ତି ପାଇଁ ପୁତ୍ରକାମ ଯଜ୍ଞ କରୁଥିଲେ । ଯଜ୍ଞ ସମ୍ପାଦନ ପରେ ପୁରୋହିତ ଚରୁଅନ୍ନ ରାଜାଙ୍କୁ ପ୍ରଦାନ କରି ତିନିରାଣୀଙ୍କୁ ସେବନ କରିବାକୁ କହିଲେ, ଫଳ ସ୍ଵରୂପ ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ଜନ୍ମ ହେଲେ । ଦୈବ ଇଙ୍ଗିତରେ ଏକ କାଉ ଚରୁଅନ୍ନରୁ କିଛି ଝାମ୍ପିନେଇଗଲା, ଉଡୁଥିବା ସମୟରେ ଅଞ୍ଜନା ଯେଉଁ ଜଙ୍ଗଲରେ ଶିବଙ୍କୁ ପ୍ରାର୍ଥନାରେ ନିମଗ୍ନଥିଲେ ସେଠାରେ ପକାଇ ଦେଲା । ପବନ ଦେବତା ସେହି ଚରୁଅନ୍ନକୁ ଅଞ୍ଜନାଙ୍କ ଆଞ୍ଜୁଳିରେ ପକାଇ ଦେଲେ, ତାକୁ ଅଞ୍ଜନା ଖାଇଦେଲେ । ଫଳରେ ହନୁମାନ ତାଙ୍କଠାରୁ ଜନ୍ମହେଲେ । ପୌରାଣିକ ମତେ ହନୁମାନ ସୁଗ୍ରୀବଙ୍କ ଭଣଜା ଓ ରାମଚନ୍ଦ୍ରଙ୍କ ଶ୍ରେଷ୍ଠ ଭକ୍ତଭାବେ ପରିଚିତ । ଏହାଙ୍କ ମାତାଙ୍କ ନାମ ଅଞ୍ଜନା; ଏ ବାୟୁଦେବତାଙ୍କ ପୁତ୍ର । ଏ ପ୍ରଥମେ ବାଳିଙ୍କର ସେନାପତି ଥିଲେ, ପରେ ବାଳିଙ୍କର ରାଜ୍ୟରୁ ବିତାଡ଼ନ ପରେ ଏ ସୁଗ୍ରୀବଙ୍କର ପାରିଷଦ ହେଲେ ସୀତାହରଣ ପରେ ରାମଚନ୍ଦ୍ରଙ୍କର ସୁଗ୍ରୀବଙ୍କ ସଙ୍ଗେ ମିତ୍ରତା ହେବାରୁ ଏ ସୀତାଙ୍କୁ ଠାବ କରିବାକୁ ଦୂତରୂପେ ଦକ୍ଷିଣକୁ ଯାଇ ଲଙ୍କାରେ ଅଶୋକବନରେ ସୀତାଙ୍କୁ ଠାବ କରି, ତାଙ୍କୁ ଶ୍ରୀରାମଙ୍କ ସଂବାଦ ଦେଇ, ତାଙ୍କଠାରୁ ଲେଉଟ ସଂବାଦ ଓ ସଂଙ୍କେତ ଆଣି ଶ୍ରୀରାମଙ୍କୁ ଦେଇଥିଲେ । ଏ ନିଜ ଲାଙ୍ଗୁଳରେ କନା ଗୁଡ଼ିଆଇ ତେଲ ଢଳାଇ ତହିଁରେ ନିଆ ଲଗାଇ ଲଙ୍କାକୁ ପୋଡ଼ି ପକାଇ ଥିଲେ ଏ ଅତ୍ୟନ୍ତ ବଳଶାଳୀ ଥିଲେ ଓ ଭାରତବର୍ଷରୁ ଲଙ୍କାକୁ ଡେଇଁଥିଲେ ଲକ୍ଷ୍ମଣଙ୍କ ଶକ୍ତିଭେଦ ହେବାରୁ ଏ ଅମରଔଷଧି ଆଣିବାକୁ ଯାଇ ଗନ୍ଧମାର୍ଦ୍ଦନ ପର୍ବତକୁ ଉପାଡ଼ି ନିଜ ମୁଣ୍ଡରେ ବୋହି ଲଙ୍କାଠାକୁ ଆଣିବାରୁ ଲକ୍ଷ୍ମଣଙ୍କର ପ୍ରାଣରକ୍ଷା ହେଲା । ଏ ରାବଣଙ୍କ ରାକ୍ଷସ ସେନା ସଙ୍ଗେ ଖୁବ୍ ବୀରତା ସହକାରେ ୟୁଦ୍ଧ କରି ଥିଲେ ରାମଚନ୍ଦ୍ର ଦେହ ତ୍ୟାଗ କରିବା ସମଯରେ ଏହାଙ୍କୁ ଅମରବର ଦେଇଥିଲେ । କଥିତ ଅଛି ଯେ, ଲଙ୍କା ପୋଡ଼ିବା ପରେ ହନୁମାନ୍ ନିଜ ଲାଙ୍ଗୁଡ଼ରେ ଜଳୁଥିବା ନିଆଁକୁ ହାତରେ ଓ ଗୋଡ଼ରେ ମଳି ଲିଭାଇ ଦେଇ ସେହି କରତଳକୁ ମୁଁହରେ ବୋଳି ଦେବାରୁ ତାଙ୍କ ମୁହଁ କଳା ପଡ଼ିଗଲା ଓ ତଦବଧି ତାଙ୍କ ବଂଶଧରମାନେ (ହନୁମାଙ୍କଡ଼) ମୁହଁପୋଡ଼ା ବାନ୍ଦର ହେଲେ । ଦ୍ଵାପର ଯୁଗରେ ଭୀମଙ୍କ ସଙ୍ଗେ ଗନ୍ଧମାର୍ଦ୍ଦନ ପର୍ବତରେ ଏହାଙ୍କର ଭେଟ ହୋଇଥିଲା । ହିନ୍ଦୁମାନେ ଏହାଙ୍କୁ 'ମହାବୀର' ଠାକୁର ରୁପରେ ପୁଜା କରନ୍ତି । ଏହି ହନୁମାନ ଅମୃତବାଣୀରେ ଶ୍ରୀ ହନୁମାନଙ୍କ ଲୀଳା ଖୁବ୍ ସୁନ୍ଦର ଭାବେ ବର୍ଣନା କରାହୋଇଚି । Album: Sri Hanuman Amrutabani Singer: Namita Agrawal Video Artiste: Namita Agrawal Music Director: Traditional Lyrics: Alekh Biswal Video Director: Debidutta Mohanty Producer: Sitaram Agrawal Music Label: Sarthak Music Year: 2000 SET CALLER TUNES: SRI HANUMAN AMRUTABANI OPERATOR CODES: Vodafone Subscribers Dial 5372638531 Airtel Subscribers Dial 5432111264969 Idea Subscribers Dial 567892638531 Tata DoCoMo Subscribers sms SET 2638531 To 543211 BSNL (South / East) Subscribers sms BT 2638531 To 56700 Tata Indicom Subscribers sms WT 2638531 To 12800 Uninor Subscribers sms ACT CT 2638531 To 51234 Aircel (South / East) Subscribers sms DT 2638531 To 53000



SHARE TO YOUR FRIENDS


Download Server 1


DOWNLOAD MP4

Download Server 2


DOWNLOAD MP4

Alternative Download :